କର୍ପୋରେଟ

ନବୀକରଣ ଯାତ୍ରା

ଟିପିସିଓଡିଏଲ ନବଉଦ୍ୟମ ଯାତ୍ରା

ବିଭିନ୍ନ ଉପଭୋକ୍ତାକୈନ୍ଦ୍ରିକ ଏବଂ ଲକ୍ଷ୍ୟଭିତ୍ତିକ ପଦକ୍ଷେପ ଦ୍ୱାରା କେବଳ ବର୍ଷକର କାର୍ଯ୍ୟକାଳ ମଧ୍ୟରେ ଟିପିସିଓଡିଏଲ୍ ଆଖିଦୃଶିଆ ବ୍ୟବସାୟିକ ସଫଳତା ହାସଲ କରିଛି। ଅନୁଷ୍ଠାନର ନିରାପତ୍ତା ସମ୍ପର୍କିତ ନୂତନ ସଂସ୍କୃତି, ସେବାଯୋଗାଣ କ୍ଷେତ୍ରରେ ନୂତନ ଉଦ୍ୟମ, ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଉନ୍ନତିସାଧନ ଇତ୍ୟାଦି ଆମକୁ ଓଡ଼ିଶାର ବିଦ୍ୟୁତ ବିତରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ଅନୁଷ୍ଠାନକୁ ପରିପକ୍ଵତାର ଦ୍ଵିତୀୟ ସ୍ତରକୁ ଉନ୍ନୀତ କରିବା ସଂଗେ ସଂଗେ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବା ପରି ଅଭିବୃଦ୍ଧି ପ୍ରଦାନ କରିପାରିଛି । ପ୍ରାରମ୍ଭରେ ଏକ ନୂତନ ପ୍ରୟୋଗ ଆଧାରିତ ବାତାବରଣ ଏବଂ ପ୍ରକ୍ରିୟାଗତ ନେତୃତ୍ୱ ସମ୍ପନ୍ନ ସଂସ୍କୃତିର ଆବଶ୍ୟକତା ଥିଲା । ତେଣୁ ବୃହତ୍ତର ସଂଗଠନ ସ୍ତରରେ ଆଂଚଳିକ ପରିବହନ ଓ ବିତରଣ କାଉନସିଲ ଧାରାରେ ଟିପିସିଓଡିଏଲ ପାଇଁ ଏକ ନବଉଦ୍ୟମ ପରିଷଦର ପରିକଳ୍ପନା କରାଗଲା ।

ଏହି ପରିଷଦରେ ବିଭିନ୍ନ ବିଭାଗରୁ ବିଭିନ୍ନ ଭୂମିକାଯୁକ୍ତ ସଦସ୍ୟମାନଙ୍କୁ ସାମିଲ କରାଯାଇଥିଲା । ପରିଷଦରେ କର୍ମଚାରୀମାନେ ପରସ୍ପର ସହ ସହଯୋଗକରି ସ୍ୱତନ୍ତ୍ର ଉତ୍ପାଦ, ପ୍ରକ୍ରିୟା, ବ୍ୟବସାୟର ଧାରା ଏବଂ ସେଵାମାନ ପ୍ରସ୍ତୁତ କରନ୍ତି ଯାହାକି ସମଗ୍ର ସଙ୍ଗଠନରେ ଲାଗୁ କରାଯାଏ ।

ନବଉଦ୍ୟମ ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ହେଲା - 'ଡିଜିଟାଲ ନବଉଦ୍ୟମ ମାଧ୍ୟମରେ ପରିବହନ ଓ ବାଣିଜ୍ୟିକ କ୍ଷତିକୁ ଆଖିଦୃଶିଆ ଭାବେ ହ୍ରାସ କରିବା ଏବଂ ସାଙ୍ଗଠନିକ ରୂପାନ୍ତରଣ ସୃଷ୍ଟି କରିବା ।

ଓଡ଼ିଶାରେ ବିଦ୍ୟୁତ ବିତରଣକାରୀ ସଂସ୍ଥା ସମୁଖୀନ ହେଉଥିବା ଅହ୍ୱାନଗୁଡିକର ବିବେଚନା କରି ନବ ଉଦ୍ୟମ ପରିଷଦ ନିମ୍ନଲିଖିତ କ୍ଷେତ୍ରରେ ନୂଆ କୌଶଳ, ଏବଂ ପ୍ରକଳ୍ପ ପ୍ରସ୍ତୁତ କରିବା ନିଶ୍ଚିତ ହୋଇଥିଲା।

  • ଗ୍ରାମାଞ୍ଚଳରେ ମିଟର ରିଡିଂ, ବିଲିଂ, ଓ ଦେୟ ସଂଗ୍ରହ
  • ବିତରଣ ପାଇଁ ନିର୍ଭରଯୋଗ୍ୟ ଭିତ୍ତିଭୂମି
  • ଗ୍ରାହକ ସେବା କେନ୍ଦ୍ର
  • ଦେୟ ଅନୁକୂଳତା
  • ପ୍ରଯୁକ୍ତିଗତ ସମାଧାନ
  • ବିଶ୍ୱସନୀୟ ନେଟୱର୍କ ଇନଫ୍ରାଷ୍ଟ୍ରକଚର୍

ଟିପିସିଓଡିଏଲର ନବ ଉଦ୍ୟମ ପରିଷଦର ନୂତନ ପ୍ରକଳ୍ପଗୁଡିକର ଦେଖାରଖା ଓ ମୂଲ୍ୟାୟନ ଗୃପସ୍ତରୀୟ ନବ ଉଦ୍ୟମ ପରିଷଦ ଦ୍ୱାରା କରାଯାଏ

ଟିପିସିଓଡିଏଲର ନବ ଉଦ୍ୟମ ପରିଷଦ ବ୍ୟତୀତ ବ୍ୟାବସାୟିକ କାର୍ଯ୍ୟକଳାପ ଓ ପ୍ରକଳ୍ପ କାର୍ଯ୍ୟ ପାଇଁ ଏକ କ୍ରିୟାଶୀଳ ନବ ଉଦ୍ୟମ ପରିଷଦ ମଧ୍ୟ ଗଠନ କରଯାଇଛି । ଏହି କ୍ରିୟାଶୀଳ ନବ ଉଦ୍ୟମ ପରିଷଦ କାର୍ଯ୍ୟ ରୂପାୟନ କ୍ଷେତ୍ରରେ ରହିଥିବା ବ୍ୟାବହାରିକ ଅହ୍ୱାନଗୁଡିକୁ ଚିହ୍ନଟ କରି ଅନୁଷ୍ଠାନର କର୍ମଚାରୀମାନଙ୍କ ଠାରୁ ସମାଧାନ ପାଇଁ ପ୍ରସ୍ତାବମାନ ଆହ୍ୱାନ କରେ । ନିର୍ଦ୍ଧାରିତ ମୂଲ୍ୟରେ ସର୍ବାଧିକ ଲାଭ, ନିରାପତ୍ତା କ୍ଷେତ୍ରରେ ପ୍ରଭୁତ୍ୱ ହାସଲ, ନିର୍ଭରଯୋଗ୍ୟତା, ଗ୍ରାମାଞ୍ଚଳରେ ମିଟର ରିଡିଂ, ବିଲ ପ୍ରସ୍ତୁତି ଏବଂ ସଂଗ୍ରହ ଇତ୍ୟାଦି ପ୍ରସଙ୍ଗରେ ପ୍ରସ୍ତାବମାନ ଆହ୍ୱାନ କରାଯାଏ । ପ୍ରତ୍ୟେକ ଦୁଇ ମାସରେ ନବ ଉଦ୍ୟମ ପରିଷଦର ମୂଳ କମିଟି ଏହି କ୍ରିୟାଶୀଳ ନବ ଉଦ୍ୟମ ପରିଷଦର କାର୍ଯ୍ୟକଳାପର ସମୀକ୍ଷା କରିଥାଏ ।