ଗ୍ରାହକ କ୍ଷେତ୍ର

ନୂତନ ସଂଯୋଗ

ଅନ ଲାଇନରେ ଆପଣଙ୍କର ନୂତନ ସଂଯୋଗ ପାଆନ୍ତୁ !

'ମୋ ବିଦ୍ୟୁତ' ପୋର୍ଟାଲ ମାଧ୍ୟମରେ ଆପଣ ଆପଣଙ୍କର ନୂତନ ବିଦ୍ୟୁତ ସଂଯୋଗ ପାଇଁ ଆବେଦନ କରି ପାରିବେ। ଏହି ଉଦ୍ୟମ ଅଧୀନରେ ଗ୍ରାହକ ନୂତନ ସଂଯୋଗ ହାସଲ କରିବା ସହିତ, ବିଦ୍ୟୁତ ଦେୟ ପଇଠ କରିପାରିବେ ଏବଂ ଅଭିଯୋଗ ଦାଖଲ କରି ପାରିବେ । ନୂତନ ସଂଯୋଗ ପାଇଁ ଆବେଦନ ଦାଖଲ କରାଯିବାର ଓ ସମ୍ପୂର୍ଣ ଦେୟ ପଇଠ କରାଯିବାର 48 ଘଣ୍ଟା ମଧ୍ୟରେ 5 କେ.ଡବ୍ଲୁ. (ସିଙ୍ଗଲ ଫେଜ)ର ସ୍ଥାୟୀ ସଂଯୋଗ ଯୋଗାଇ ଦିଆଯିବ ।

ନୂତନ ସଂଯୋଗ ପାଇଁ ଅନଲାଇନରେ ଆବେଦନ କରିବେ କହିଁକି ?

ଅନଲାଇନରେ ଶୀଘ୍ର ଆବେଦନ କରାଯାଇପାରିବ ଏବଂ ଏହି ପ୍ରକ୍ରିୟା ବେଶ ସରଳ । ଟିପିସିଓଡିଏଲ ଏହାର ସମସ୍ତ ସେବାର ଡ଼ିଜିଟାଇଜେସନ କରିବାର ଉଦ୍ୟମ ଅଧୀନରେ ଏହି ସ୍ୱତନ୍ତ୍ର ପୋର୍ଟାଲକୁ ନୂତନ ସଂଯୋଗ ଆବେଦନ କରିବାପାଇଁ ଊତ୍ସର୍ଗୀକୃତ କରାଯାଇଛି । ଓଡିଶା ସରକାରଙ୍କର 5T କାର୍ଯ୍ୟକ୍ରମ ଅଧୀନରେ ଏହା କରାଯାଇଛି ଯେପରିକି ଲୋକେ ନିରାପଦରେ ତଥା ଶୀଘ୍ର ନୂଆ ବିଦ୍ୟୁତ ସଂଯୋଗ ପାଇ ପାରିବେ ।

ଟିପିସିଓଡିଏଲରେ ନୂତନ ସଂଯୋଗ ପାଇଁ ଆବେଦନ କରିବେ କିପରି ?

  • ଆମର ୱେବ୍ସାଇଟ https://www.tpcentralodisha.com/କୁ ଯାଆନ୍ତୁ
  • ହୋମ ପେଜରେ ନୂତନ ସଂଯୋଗ ଆବେଦନ ଉପରେ କ୍ଲିକ କରନ୍ତୁ
  • ଯେଉଁ ପ୍ରକାର ସଂଯୋଗ ଦରକାର ତା' ଉପରେ କ୍ଲିକ କରନ୍ତୁ
  • OTP ସାହାଯ୍ୟରେ ନିଜର ମୋବାଇଲ ନମ୍ବର ନିଶ୍ଚିତ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ
  • ସମସ୍ତ ଆବଶ୍ୟକୀୟ କାଗଜପତ୍ର ଅପଲୋଡ଼ କରନ୍ତୁ
  • ଆବଶ୍ୟକୀୟ ଦେୟ ସୁରକ୍ଷିତ ଭାବେ ଅନଲାଇନରେ ଭରନ୍ତୁ
  • ଆବେଦନ ଫର୍ମ ସବମିଟ କରନ୍ତୁ
  • ଅନଲାଇନରେ ଆପଣଙ୍କ ଆବେଦନ ଆବେଦନପତ୍ରର ସ୍ଥିତି ଯାଞ୍ଚ କରନ୍ତୁ

ଏହି ସରଳ ପଦକ୍ଷେପଗୁଡ଼ିକୁ ଅନୁସରଣ କରି ଆପଣଙ୍କ ଘର କିମ୍ବା କାର୍ଯ୍ୟସ୍ଥଳୀ ସକାଶେ ଟିପିସିଓଡିଏଲରୁ ଏକ ନୂତନ ବିଦ୍ୟୁତ ସଂଯୋଗ ପାଇବା ପାଇଁ ଆବେଦନ କରନ୍ତୁ ।

ବିଭିନ୍ନ ଧରଣର ନୂତନ ସଂଯୋଗ ପାଇଁ ପ୍ରଯୁଜ୍ୟ ଶୁଳ୍କ

Go ahead! Apply online for your new electricity connection with TPCODL in Odisha as per your requirement or check the status of your application by clicking on the links below:

ନୂତନ ସଂଯୋଗ ପାଇଁ ପ୍ରଯୁଜ୍ୟ ଫର୍ମମାନ