ଟିପିସିଓଡିଏଲ ଏହାର ଗୋଷ୍ଠୀ ଉନ୍ନୟନ ଉଦ୍ୟମ ମାଧ୍ୟମରେ ସମାଜକୁ ତାର ଯଥାର୍ଥ ପ୍ରାପ୍ୟ ଫେରସ୍ତ ଦେବାର ଟାଟା ଗୃପର ଆଦର୍ଶ ଓ ପରମ୍ପରାକୁ ଆଗକୁ ବଢାଇବାରେ ବିଶ୍ୱାସ ରଖେ । ଏଥିପାଇଁ ଏହାର ନିଜସ୍ୱ ଦୃଷ୍ଟିଭଙ୍ଗୀ, ଲକ୍ଷ୍ୟ ଓ ନୀତି ରହିଛି ଯାହାର ଉଦ୍ଦେଶ୍ୟ ସମାଜକୁ ଲାଭ ପହଞ୍ଚାଇବା । କମ୍ପାନୀର ସାମାଜିକ ଉତ୍ତରଦାୟିତ୍ୱ (ସିଏସଆର) ବିଭାଗ କମ୍ପାନୀର ସ୍ଥାପନ ଦିନଠାରୁ ହିଁ ସୃଷ୍ଟି କରା ଯାଇଛି । ଏହି ବିଭାଗର ଉଦ୍ଦେଶ୍ୟ ହେଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର - ଗ୍ରାମ୍ୟ ଗୋଷ୍ଠୀ ସମୁଦାୟର ହିତ ସାଧନ କରିବା । ସୄଷ୍ଟି ହେବା ଦିନଠାରୁ ଏହି ବିଭାଗ ଅନେକ ପଦକ୍ଷେପ ଗ୍ରହଣ କରିଛି ଯାହା ଗ୍ରାମ୍ୟ ଗୋଷ୍ଠୀ ଉପରେ ବହୁମୁଖୀ ପ୍ରଭାବ ପକାଉଛି ।
ସାମାଜିକ ଗୋଷ୍ଠୀ ସମୁଦାୟ ସମସ୍ତ ସାମାଜିକ ଉତ୍ତରଦାୟିତ୍ୱ କାର୍ଯ୍ୟାବଳୀର ମୂଳଦୁଆ ଏବଂ ଟିପିସିଓଡିଏଲ ଏକ ସୁଚିନ୍ତିତ ସାମାଜିକ ଉତ୍ତରଦାୟିତ୍ୱ ନୀତି ଦ୍ୱାରା ପରିଚାଳିତ ଯାହା ବ୍ୟାବସାୟିକ ଆବଶ୍ୟକତା ଏବଂ ମୂଲ୍ୟବୋଧକୁ ଏକୀକୃତ କରି ସମସ୍ତଙ୍କ ଅପେକ୍ଷାକୁ ପୂରଣ କରିବାରେ ସହାୟକ l
ପ୍ରଥମ ଦିନରୁ ହିଁ ଟିପିସିଓଡିଏଲ ସାମାଜିକ ଏବଂ ଅର୍ଥନୈତିକ ପଛୁଆ ଶ୍ରେଣୀଙ୍କ ସାମୁହିକ ବିକାଶ ପାଇଁ କାର୍ଯ୍ୟରତ l
ଓଡିଶାର କାର୍ଯ୍ୟକାରୀ ଜିଲ୍ଲାଗୁଡିକରେ ସ୍ଥାନୀୟ ସୁଯୋଗ ସୃଷ୍ଟି କରି ଗୋଷ୍ଠୀ ସମୁଦାୟର, ବିଶେଷ କରି ମହିଳା ମାନଙ୍କ, ବିକାଶକୁ ଅଗ୍ରାଧିକାର ।
ଶିକ୍ଷା, କୌଶଳ, ଜ୍ଞାନ ସହିତ ରୋଜଗାରଯୋଗ୍ୟତା ବଢାଇ ଟାଟା ଗୃପ, ସରକାର ତଥା ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ସଂସ୍ଥା ସହିତ ଯୋଡିହୋଇ ସାମାଜିକ ଗୋଷ୍ଠୀ ସମ୍ପ୍ରଦାୟଙ୍କ ସଶକ୍ତିକରଣ l
ଆମର କର୍ପୋରେଟ୍ ସୋସିଆଲ ରେସପନ୍ସିବିଲିଟି (ସିଏସଆର୍)ର ପ୍ରତ୍ୟେକ ପଦକ୍ଷେପ ଚାରୋଟି ମୁଖ୍ୟ ‘ଇ' ଏବଂ ଆମର ପ୍ରତିଷ୍ଠିତା ଜାମସେଦଜୀ ଟାଟାଙ୍କ ମୁଖନିସୃତ ବାର୍ତ୍ତା,ଗୋଟିଏ ଉଦ୍ୟୋଗ ପାଇଁ, ସମାଜ କେବଳ ଏକ ଅଂଶୀଦାର ନୁହଁ, ବରଂ ତାହା ସ୍ଥାପିତ ହେବାର ମୂଳଭିତ୍ତି
| Name of Director | Position on Committee | Nature of Directorship |
|---|---|---|
| Mr. R. N. Nayak | Chairman | Independent |
| Ms. Satya Gupta | Member | Independent |
| Mr. Sanjay Banga | Member | Non-Executive |
| Mr. Trilochan Panda | Member | Non-Executive |