ନିରନ୍ତରତା

ସାମାଜିକ ପଦକ୍ଷେପ

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଜୀବିକା ଯୋଜନା

ଓଡିଶାର ବହୁସଂଖ୍ୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ (ଡବ୍ଲୁ.ଏସ.ଏଚ.ଜି.) ଟିପିସିଓଡିଏଲ ଦ୍ୱାରା ଚିହ୍ନଟ କରାଯାଇ ତାଙ୍କର ଦକ୍ଷତା ଅନୁଯାଇ ସେମାନଙ୍କୁ ବିଭିନ୍ନ ଜୀବିକା ଅର୍ଜନ କାର୍ଯ୍ୟକ୍ରମରେ ସାମିଲ୍ କରାଯାଇଛି । କଂପାନୀ ଦ୍ୱାରା ୫୦୨ ସେଭଳି ସ୍ୱୟଂ ସହାୟକ ଗୋଷ୍ଠୀକୁ ବିନିଯୋଗ କରାଯାଇଛି ଯେଉଁଠାରେ ୮୦୦ରୁ ଅଧିକ ମହିଳା ମାସିକ ହାରାହାରି ୭୦୦୦ରୁ ୮୦୦୦ ଟଙ୍କା ରୋଜଗାର କରୁଛନ୍ତି।

ଧନ୍ଦାମୂଳକ ତାଲିମ କେନ୍ଦ୍ର

ଟିପି ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ ଦ୍ୱାରା ଏକ ଧନ୍ଦାମୂଳକ ତାଲିମ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି, ଯେଉଁଠାରେ ଦୁଇଟି ବିଷୟବସ୍ତୁ - ଯୁବଗୋଷ୍ଠୀଙ୍କ ପାଇଁ କଂପ୍ୟୁଟର ଏବଂ ମହିଳାମାନଙ୍କ ପାଇଁ ସିଲେଇ ତାଲିମ ପ୍ରଦାନ କରାଯାଉଛି । ଏହା ସ୍ଥାନୀୟ ଯୁବଗୋଷ୍ଠୀର କର୍ମନିଯୁକ୍ତି ଯୋଗ୍ୟତା ବୃଦ୍ଧି କରିବା ପାଇଁ ସାମ୍ପ୍ରତିକ ନିଯୁକ୍ତି ବଜାର ଚାହିଦା ଅନୁସାରେ ତାଲିମ ପ୍ରଦାନ କରନ୍ତି l ସଫଳତାର ସହିତ ତାଲିମ ସାରିବା ପରେ ସମସ୍ତ ଶିକ୍ଷାର୍ଥୀଙ୍କୁ ଜାତୀୟ ସ୍ୱୀକୃତିପ୍ରାପ୍ତ ଏକ ଅନୁଷ୍ଠାନରୁ ସାର୍ଟିଫିକେଟ ପ୍ରଦାନ କରାଯାଏ ।

ନାରୀ ଶିକ୍ଷା କେନ୍ଦ୍ର

ଆବଶ୍ୟକୀୟ ଶିକ୍ଷା ମାଧ୍ୟମରେ ଅଶିକ୍ଷିତ ମହିଳାମାନଙ୍କୁ ପଢିବା, ଲେଖିବା ଯୋଗ୍ୟ କରାଇବା, ଟିପଚିହ୍ନ ବଦଳରେ ଦସ୍ତଖତ ଦେବା, ଭ୍ରମଣକ୍ଷମ କରିବା, ନିଜର ବ୍ୟାଙ୍କ ଆକାଉଣ୍ଟ୍ ପରିଚାଳନା କରିବା ତଥା ନିଜ ପିଲାମାନଙ୍କୁ ପାଠପଢାରେ ସହାୟତା କରିବା ଆମ ଦ୍ୱାରା ପରିଚାଳିତ ନାରୀ ଶିକ୍ଷା କେନ୍ଦ୍ରର ମୂଳ ଲକ୍ଷ୍ୟ । ଏଥିସହିତ ମହିଳାମାନଙ୍କୁ ସ୍ୱପାର୍ଜନକ୍ଷମ କରିବା ପାଇଁ ବିଭିନ୍ନ ସୁଯୋଗ ସୃଷ୍ଟି କରାଯାଇଥାଏ । ୧୦ଟି ଏହିପରି କେନ୍ଦ୍ର ବର୍ତ୍ତମାନ ଭୁବନେଶ୍ୱରର ବିଭିନ୍ନ ବସ୍ତି ଅଞ୍ଚଳରେ ୨୦୦ ମହିଳାଙ୍କୁ ଶିକ୍ଷା ପ୍ରଦାନ କରୁଛି l ଶୀଘ୍ର ଏହି କାର୍ଯ୍ୟକ୍ରମ ଅନ୍ୟ ଅଞ୍ଚଳକୁ ପରିବ୍ୟାପ୍ତ କରାଯିବ ।

ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଟ୍ୟୁସନ ବ୍ୟବସ୍ଥା

ଉଚିତ ଦିଗଦର୍ଶନ ଅଭାବରୁ ଅନେକ ଛାତ୍ରଛାତ୍ରୀଙ୍କ ଧ୍ୟାନ ପାଠ ପଢ଼ାରୁ ହଟି ଯାଇଥାଏ ଏବଂ ପରବର୍ତ୍ତୀ ସମୟରେ ସେମାନେ ପାଠପଢା ଛାଡି ଦେଇଥା'ନ୍ତି l ଛାତ୍ରଛାତ୍ରୀଙ୍କ ସ୍କୁଲ ଛାଡିବା ହାର କମାଇବା ପାଇଁ ଏବଂ ସେମାନଙ୍କର ପୂର୍ଣ୍ଣାଙ୍ଗ ବିକାଶ ପାଇଁ ଅର୍ଥନୈତିକ ଭାବେ ପଛୁଆ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଚତୁର୍ଥରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଟ୍ୟୁସନ ବ୍ୟବସ୍ଥା ଆରମ୍ଭ କରାଯାଇଛି l ଏଥିରେ କେବଳ ପାଠପଢା ସହିତ ଚିତ୍ରାଙ୍କନ, ସଂଗୀତ, ଗାୟନ, ନୃତ୍ୟ ଆଦି ମଧ୍ୟ ଶିଖା ଯାଇଥାଏ l ଆମର ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ଏହି ଟ୍ୟୁସନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି l

ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ କେନ୍ଦ୍ର

ଗ୍ରାମଗୋଷ୍ଠୀମାନଙ୍କର ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଏହାର କାର୍ଯ୍ୟକ୍ଷେତ୍ରରେ ଦୁଇଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିୟୋଜିତ କରିଛି ।

ପ୍ରତ୍ୟେକ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଲେଖାଏଁ ଏମ.ବି.ବି.ଏସ. ଡାକ୍ତର, ଫାର୍ମାସିଷ୍ଟ, ଓ ନର୍ସ ଅଛନ୍ତି ଯେଉଁମାନେକି ରୋଗୀମାନଙ୍କୁ ଡାକ୍ତରୀ ପରାମର୍ଶ ସହ ଔଷଧ ଯୋଗାଇଥାଅନ୍ତି । ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ସ୍ୱାସ୍ଥ୍ୟ ଭିତ୍ତିଭୂମି ନ ଥିବା ଅପହଞ୍ଚ ଇଲାକାରେ ପହଞ୍ଚି ସେହି ଅଞ୍ଚଳରେ ଥିବା ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଥାଆନ୍ତି ।

ସ୍ୱାସ୍ଥ୍ୟ ସେବା ଯୋଗାଇବା ବ୍ୟତୀତ ଏହି ଦଳ ନିବାରଣମୂଳକ ସ୍ୱାସ୍ଥ୍ୟ ସେବା ସ୍ୱରୂପ ଗ୍ରାମାଗୋଷ୍ଠୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟର ଗୁରୁତ୍ୱ ଏବଂ କିପରି ଭାବରେ ଏହା ହାସଲ କରାଯାଇ ପାରିବ, ସେ ସମ୍ପର୍କରେ ସଚେତନତା ଶିବିର ମଧ୍ୟ ଆୟୋଜନ କରିଥାଏ । ଏହି ଦୁଇଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରାୟ 10 ଲକ୍ଷ ଲୋକଙ୍କ ପାଇଁ ଉପଲବ୍ଧ । ଅଦ୍ୟାବଧି ଏହାର ଲକ୍ଷିତ ହିତାଧିକାରୀଙ୍କ ସଂଖ୍ୟା 30,000ରୁ ଅଧିକ ।

ଅଧିକାର କାର୍ଯ୍ୟକ୍ରମ

ସାମାଜିକ ତଥା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ର କାର୍ଯ୍ୟକ୍ଷେତ୍ରରେ ଟାଟା ପାୱାରର ଅଗ୍ରଗଣ୍ୟ କାର୍ଯ୍ୟକ୍ରମ 'ଅଧିକାର' କାର୍ଯ୍ୟକାରୀ କରାଯାଉଛି । ନାମକରଣ ଅନୁରୂପ, 'ଅଧିକାର' କାର୍ଯ୍ୟକ୍ରମ ମାଧ୍ୟମରେ ଅଭାବୀ ଲୋକ ଏବଂ ସେମାନଙ୍କର ଯୋଗ୍ୟତାଭିତ୍ତିକ ପ୍ରାପ୍ୟ ମଧ୍ୟରେ ଥିବା ତାରତମ୍ୟକୁ କମାଇ ହିତାଧିକାରୀମାନଙ୍କର ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ହାସଲ ଉପରେ ଗୁରୁତ୍ୱ ଦିଆଯାଇଥାଏ । ଚଳିତ ଆର୍ଥିକ ବର୍ଷରେ 4,500 ହିତାଧିକାରୀଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବାର ଲକ୍ଷ୍ୟ ରଖାଯାଇଛି ।

  • କ୍ଲବ ଶକ୍ତି

    କ୍ରମାଗତଭାବେ ପ୍ରାକୃତିକ ସମ୍ବଳ ଉପରେ ଚାପ ବୃଦ୍ଧି ଏବଂ ଜୀବାଶ୍ମ ଇନ୍ଧନର ସୀମିତ ଉପଲବ୍ଧତା ପରିପ୍ରେକ୍ଷୀରେ ନିରନ୍ତର ଅଭିବୃଦ୍ଧି ସକାଶେ 'ବିଦ୍ୟୁତ ସଞ୍ଚୟ ବିଦ୍ୟୁତ ଉତ୍ପାଦନ ସହ ସମାନ' ଏକ ଲକ୍ଷ୍ୟ ପାଲଟିଛି ।

    ଜଳବାୟୁ ପରିବର୍ତ୍ତନର ପ୍ରଭାବ ହ୍ରାସ କରିବା ପାଇଁ ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ପକ୍ଷରୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଶକ୍ତି ସଂରକ୍ଷଣର ବିଭିନ୍ନ ଉପାୟ ସମ୍ପର୍କରେ ସମ୍ବେଦନଶୀଳ କରାଯାଉଛି । ୬ଷ୍ଠ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ହେଉଛନ୍ତି ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ରୋକିବା କ୍ଷେତ୍ରରେ ଆମର ନାୟକ । ଶକ୍ତି ଓ ସମ୍ବଳ ସଂରକ୍ଷଣର ଉପାୟ, ତଥା ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ ସୂଚନା ଥିବା ଏକ ଦ୍ୱି-ଭାଷୀ ପୁସ୍ତିକାକୁ ସମସ୍ତ ସଦସ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି ।

    କୋଭିଡ ଜନିତ ସମସ୍ୟା ସତ୍ତ୍ୱେ ଏଯାବତ 23ଟି ବିଦ୍ୟାଳୟର ପ୍ରାୟ 2000 ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇପାରିଛି ।

  • ସ୍ବେଚ୍ଛାସେବା

    ଗ୍ରାମ ଗୋଷ୍ଠୀ ଓ କମ୍ପାନୀ ମଧ୍ୟରେ ସମ୍ପର୍କର ସେତୁ ବାନ୍ଧିବା ପାଇଁ କର୍ମଚାରୀମାନଙ୍କ ଦ୍ୱାରା ସ୍ବେଚ୍ଛାସେବା ଏକ ଗୁରୁତ୍ୱପୂର୍ଣ ସାଧନ । ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଆରମ୍ଭ ହେବାର ପ୍ରଥମ ବର୍ଷରେ ହିଁ ଏହା ଅନେକାଂଶରେ ହାସଲ କରି ପାରିଛି ।

    ଗୋଟିଏ ବର୍ଷ ମଧ୍ୟରେ କର୍ମଚାରୀମାନେ କୋଭିଡ 19ର ଆହ୍ୱାନ ସତ୍ତ୍ୱେ 66,000 ଘଣ୍ଟାରୁ ଅଧିକ ସମୟର ସ୍ବେଛାକୃତ ଶ୍ରମଦାନ କରି 60ରୁ ଅଧିକ କାର୍ଯ୍ୟକଳାପ କରିଛନ୍ତି ।

    ଏହି ଉଦ୍ୟମ ଲକ୍ଷାଧିକ ଲୋକଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିପାରିଛି ଯାହାକି ଆମ କର୍ମଚାରୀମାନଙ୍କ ଦ୍ୱାରା ଟାଟା ଗୃପର ଅନ୍ୟର ଦୁଃଖକୁ ହୃଦୟଙ୍ଗମ କରିବାର ଏବଂ ସହାନୁଭୂତି ପ୍ରକଟ କରିବାର ମୂଲ୍ୟବୋଧକୁ ସୁଦୃଢ କରି ପାରିଛି ।

    ବୃକ୍ଷରୋପଣ

    ସବୁଜ ଆଚ୍ଛାଦନ ବଢାଇବା ସକାଶେ ଆମର ଉଦ୍ୟମରେ ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ପକ୍ଷରୁ ବନ ବିଭାଗ ସହଯୋଗରେ ନିୟମିତରୂପେ ମେଗା ବୃକ୍ଷରୋପଣ ଅଭିଯାନ ଆୟୋଜନ କରାଯାଇଥାଏ ।

    ୱାରେନ ବୁଫେଟଙ୍କ ଉକ୍ତି "ଆଜିର ଦିନରେ ଜଣେ ଗଛ ଛାଇରେ ବସିଛି, କାରଣ ବହୁଦିନ ପୂର୍ବେ କେହି ଜଣେ ଗଛଟିଏ ଲଗାଇଥିଲେ" ଦ୍ଵାରା ଅନୁପ୍ରାଣିତ ହୋଇ ତଥା ପୂର୍ବ ବର୍ଷମାନଙ୍କର କାର୍ଯ୍ୟକୁ ବଳବତ୍ତର ରଖି 2021-22 ରେ ପ୍ରାୟ 3000 ଚାରା ରୋପଣ କରାଯାଇଛି । ଏହି ଚାରାଗୁଡ଼ିକ ବିଭିନ୍ନ ବିଦ୍ୟାଳୟ, ରେସିଡେଣ୍ଟ ୱେଲଫେୟାର ଆସୋସିଏସନ, ପାର୍କ, କର୍ମଚରୀମାଙ୍କର କଲୋନୀ ଏବଂ ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ର ବିଭିନ୍ନ କାର୍ଯ୍ୟାଳୟ ପରିସରରେ ରୋପଣ କରାଯାଇଛି ।

    ରକ୍ତଦାନ ଶିବିର

    ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ଭାରତୀୟ ରେଡକ୍ରସ ସୋସାଇଟି ସହ ମିଳିତଭାବେ ରକ୍ତଦାନ ଶିବିରମାନ ଆୟୋଜନ କରେ ଯେଉଁଠାରେ କମ୍ପାନୀର କର୍ମଚାରୀ, ସେମାନଙ୍କ ପରିବାରବର୍ଗ, ଏବଂ ଆମର ଉପଭୋକ୍ତାମାନେ ବିପଦ କାଳରେ ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିଥାଆନ୍ତି ।