କର୍ପୋରେଟ

ନେତୃତ୍ୱ

ହେମନ୍ତ ଗୋୟଲ ମୁଖ୍ୟ ବିତ୍ତ ଅଧିକାରୀ

ଶ୍ରୀ ହେମନ୍ତ ଗୋୟଲ ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ର ମୁଖ୍ୟ ବିତ୍ତ ଅଧିକାରୀ | ତାଙ୍କର ଶକ୍ତି ଓ ଟେଲିକମ କ୍ଷେତ୍ରରେ ଦୀର୍ଘ ତିନି ଦଶନ୍ଧିରୁ ଅଧିକ ଅଭିଜ୍ଞତା ରହିଛି | ଏହା ପୂର୍ବରୁ ସେ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼), ବିଏସଇଏସ ରାଜଧାନୀ ପାୱାର ଲିମିଟେଡ଼, ଭାରତୀ ଏୟାରଟେଲ, ଏବଂ ମୋଦି କୋରିଆ ଟେଲିକମ କମ୍ପାନୀରେ ଉଚ୍ଚ ପଦବୀମାନଙ୍କରେ ଅବସ୍ଥାପିତ ରହିସାରିଛନ୍ତି | ନୂତନ ଉଦ୍ୟମଗୁଡିକ ସକାଶେ ଆର୍ଥିକ ନୀତି, ନିୟମ ଓ଼ ବ୍ୟବସ୍ଥା କରିବା ତଥା ସାଙ୍ଗଠନିକ ପୁନର୍ବିନ୍ୟାସ ମାଧ୍ୟମରେ ଦୃଢ ଆର୍ଥିକ ନିୟନ୍ତ୍ରଣ ଏବଂ ଭଲ କମ୍ପାନୀ ଶାସକୀୟ ବ୍ୟବସ୍ଥା ଦ୍ୱାରା ହିତାଧିକାରୀ ଗୋଷ୍ଠୀମାନଙ୍କର ସ୍ୱାର୍ଥର ସୁରକ୍ଷା କରିବା କ୍ଷେତ୍ରରେ ତାଙ୍କର ବିଶେଷ ଦକ୍ଷତା ରହିଛି | ଏହା ସଂଗେ ଦୃଢ ନିୟାମକ ବାତାବରଣରେ ଯୋଜନା ପ୍ରସ୍ତୁତି ଏବଂ ଅପାତକାଳୀନ ପରିଚାଳନା ମଧ୍ୟ ତାଙ୍କର ଦକ୍ଷତାର ପରିସରଭୁକ୍ତ | ହିସାବରକ୍ଷଣ, ଟ୍ୟାକ୍ସ, ସରକାରଙ୍କ ସହ ବିଭିନ୍ନ କ୍ଷେତ୍ରୀୟ ପ୍ରସଙ୍ଗ ତଥା ଆହ୍ୱାନ, ପେଷାଦାର ସଂଗଠନ ଏବଂ ନିୟାମକ ଅନୁଷ୍ଠାନ ସଂକ୍ରାନ୍ତରେ ଶ୍ରୀ ଗୋୟଲ କମ୍ପାନୀକୁ ପରାମର୍ଶ ଦେଇଥାଅନ୍ତି |

ଶ୍ରୀ ଗୋୟଲ ରାଜସ୍ଥାନ ବିଶ୍ଵବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ କରିବା ପରେ ଚାଟାର୍ଡ ଆକାଉଣ୍ଟାଣ୍ଟ (1991 ବ୍ୟାଚ)ର ତାଲିମ ପାଇଛନ୍ତି | ସେ ମଧ୍ୟ ଫିକି ଏବଂ ପିଏଚଡିସିସିଆଇ ଭଳି ଅନୁଷ୍ଠାନର ଜଣେ ଆଗଧାଡିର ସଦସ୍ୟ | ମିଚିଗାନ ରସ ସ୍କୂଲ ଅଫ ବିଜିନେସ ଏବଂ ଟାଟା ମ୍ୟାନେଜମେଣ୍ଟ ଟ୍ରେନିଂ ସେଣ୍ଟରରେ ସେ ତାଙ୍କର ପରିଚାଳନା ତଥା ନେତୃତ୍ୱ ଦକ୍ଷତାକୁ ଶାଣିତ କରିଛନ୍ତି |

ରାଜ କୁମାର ରସ୍ତୋଗି ପରିଚାଳନା ମୁଖ୍ୟାଧିକାରୀ

ଶ୍ରୀ ରାଜ କୁମାର ରସ୍ତୋଗି ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଣେ ପେଶାଦାର ଯାହାଙ୍କର ଏହି କ୍ଷେତ୍ରରେ ଦୀର୍ଘ 25 ବର୍ଷର ଏକ ଉଜ୍ଜ୍ୱଳ କ୍ୟାରିଅର ରହିଛି | ସିଏ ବୈଦ୍ୟୁତିକ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିଛନ୍ତି ଏବଂ ଏମ.ବି.ଏ. ଡିଗ୍ରୀର ଅଧିକାରୀ ଯେଉଁଥିରେ ସେ ଆର୍ଥିକ ପରିଚାଳନା ସଂକ୍ରାନ୍ତରେ ବିଶେଷ ଶିକ୍ଷା ଲାଭ କରିଛନ୍ତି | ତାଙ୍କ କ୍ୟାରିଅରର ପ୍ରାରମ୍ଭିକ ଅବସ୍ଥାରେ ସେ ପ୍ରକ୍ରିୟା ଆଧାରିତ ଶିଳ୍ପମାନ ପ୍ରତିଷ୍ଠା କରିବା ଓ ଚଳାଇବା ପରେ ପରବର୍ତ୍ତୀ ଅବସ୍ଥାରେ ଶକ୍ତି କ୍ଷେତ୍ରର ବିଭିନ୍ନ ବିଭାଗ ସହିତ, ବିଶେଷକରି ଉତ୍ପାଦନ ଓ ବିତରଣ ସହ, ଅଙ୍ଗାଙ୍ଗୀଭାବେ ଜଡିତ ହୋଇ କାର୍ଯ୍ୟ କରିଛନ୍ତି | ସମ୍ପ୍ରତି ସେ ଟିପିସିଓଡିଏଲର ଅପରେସନ୍ସ ସେବାରେ ମୁଖ୍ୟ ରୂପେ ଅବସ୍ଥାପିତ |

ସେ ଏପରି ଜଣେ ପେଶାଦାର ଯିଏ ଫଳାଫଳ ହାସଲ କରିବା ଉପରେ ଗୁରୁତ୍ୱ ଦିଅନ୍ତି | ତାଙ୍କର ଅନେକଗୁଡ଼ିଏ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଜ୍ଞାନ ରହିଛି, ଯାହା ମଧ୍ୟରେ ଉଚ୍ଚ ମାନର ଓ ନିର୍ଭରଯୋଗ୍ୟ ବିଦ୍ୟୁତ ବିତରଣ ବ୍ୟବସ୍ଥା ପାଇଁ ଡିଜାଇନ ପ୍ରସ୍ତୁତ କରିବା ଓ ବିକଶିତ କରିବା, ଏଟି ଆଣ୍ଡ ସି ଜନିତ କ୍ଷତି ହ୍ରାସ କରିବା, ବିଭିନ୍ନ ପ୍ରକାରର ଆଇଟି / ଓଟି ବ୍ୟବସ୍ଥାକୁ ସମ୍ମିଳିତ କରିବା, ବ୍ୟବହାର କରିବା ଓ ବ୍ୟବସ୍ଥାରେ ସମନ୍ବିତ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ | ତାଙ୍କର ମୌଳିକ ଦକ୍ଷତା ହେଉଛି ବ୍ୟବହାରକାରୀମାନଙ୍କର ଆବଶ୍ୟକତା ମୁତାବକ ବିଭିନ୍ନ ଆଇଟି /ଓଟି ବ୍ୟବସ୍ଥାଗୁଡିକୁ ସବାଲିଳଭାବେ କାର୍ଯ୍ୟରେ ବିନିଯୋଗ କରିବା ଏବଂ ବ୍ୟବସ୍ଥା ସହିତ ସମନ୍ଵିତ କରିବା ଯାହା ଅପରେସନାଲ ଓ ବ୍ୟବସାୟିକ ଦକ୍ଷତାକୁ ବଢାଇବ | ଜିଏସଏଏସ, ଜିଆଇଏସ, ଏସସିଏଡିଏ, ଡିଏମଏସ, ଡିଏ, ଓଏମଏସ, ଇତ୍ୟାଦି ବ୍ୟବସ୍ଥାଗୁଡିକୁ ସବାଲିଳଭାବେ ନିୟୋଜିତ କରିବା ଏବଂ ସମନ୍ବିତ କରିବା କ୍ଷେତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ ଅବଦାନ ରହିଛି | ଏହା ସଂଗେ ସଂଗେ ସେ ଟିପିଡିଡିଏଲ ଦିଲ୍ଲୀରେ ଟେକ୍ନିକାଲ ସର୍ଭିସେସର ମୁଖ୍ୟ ଥିବା ବେଳେ ଏଏମଆଇ, ଏଫଏଫଏ., ବିଗ ଡାଟା ସିଷ୍ଟମ, ଏଡିଆର, ବ୍ୟାଟେରୀ ଷ୍ଟୋରେଜ ସିଷ୍ଟମ ଇତ୍ୟାଦିର ରୂପାୟନରେ ମଧ୍ୟ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ |

ପୃଷ୍ଠଭୂମି :

ବିଦ୍ୟୁତ ଭିତ୍ତିଭୂମି କ୍ଷେତ୍ରରେ ତାଙ୍କର ଦୀର୍ଘ 29 ବର୍ଷର ଅଭିଜ୍ଞତା ରହିଛି ଯାହାକି ପ୍ରକଳ୍ପ ରୂପାୟନ, ସ୍ଥାପନ ଓ ଉତ୍ପାଦନ ଆରମ୍ଭ କରିବା, ପ୍ରକଳ୍ପ ଚଳାଇବା ଓ ରକ୍ଷଣାବେକ୍ଷଣ କରିବା ଉପରେ ଆଧାରିତ | ଏହା ସଂଗେ ସଂଗେ ସେ ବିଭିନ୍ନ କମ୍ପାନୀରେ ପ୍ରକଳ୍ପ ମ୍ୟାନେଜର ରୂପେ ମଧ୍ୟ କାର୍ଯ୍ୟ କରିଛନ୍ତି |

ଟାଟା ପାୱାର ଡି.ଡି.ଏଲ.ରେ ସେ ଏଡିଏମଏସ. ପ୍ରକଳ୍ପ ରୂପାୟନ, ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ ପ୍ରଯୁକ୍ତି ବିଦ୍ୟାର ପ୍ରଦର୍ଶନ ସକାଶେ ଏଏମଆଇ ଭିତ୍ତିକ ଏଡିଆର ପ୍ରକଳ୍ପର ଦାୟିତ୍ୱରେ ଥିଲେ | ଇଞ୍ଜିନିଅରିଂ ଓ ଏମ.ବି.ଏ. ତାଲିମ ପାଇଥିବା ଶ୍ରୀ ରସ୍ତୋଗିଙ୍କର 16 ଲକ୍ଷ ଉପଭୋକ୍ତାଙ୍କ ପାଇଁ ବଡଧରଣର ଏଡିଏମଏସ ରୂପାୟନ ପ୍ରକଳ୍ପର ନେତୃତ୍ୱ ନେବାର ଅଭିଜ୍ଞତା ମଧ୍ୟ ରହିଛି |

ପାରଦର୍ଶିତା କ୍ଷେତ୍ର :

ଆଇଟି ଓ ଅଟୋମେସନ ବିଶେଷଜ୍ଞ ହିସାବରେ ସେ ଯୋଗାଯୋଗ ଭିତ୍ତିଭୂମି ଏବଂ କଣ୍ଟ୍ରୋଲରଗୁଡିକର ରୂପରେଖ କିପରି ହେବ ସେ ସମ୍ପର୍କରେ ଯୋଜନା କରିବା କ୍ଷେତ୍ରରେ ସହଯୋଗ କରିବା ସଂଗେ ସଂଗେ ଆପେକ୍ଷିକଭାବେ ଅଧିକ ବଳିଷ୍ଠ ସୂଚକଗୁଡିକ ସକାଶେ ଏକ ଏଡିଏମଏସ ବ୍ୟବସ୍ଥାର ରୂପରେଖ ବିକଶିତ କରିଛନ୍ତି |

ଏଡିଏମଏସର ଯୋଜନା ଓ ରୂପାୟନ ଏବଂ ଏସ.ସି.ଏ .ଡି .ଏ. ପ୍ରକଳ୍ପର ଯୋଜନା ପ୍ରସ୍ତୁତି, ପ୍ରକଳ୍ପର କାର୍ଯ୍ୟାରମ୍ଭ ଆଧାରରେ ସମୟ ସାରଣୀ ପ୍ରସ୍ତୁତି ଓ କାର୍ଯ୍ୟାରମ୍ଭର ସମୟ ସ୍ଥିର କରିବା | ପୂର୍ଣ୍ଣାଙ୍ଗ ଇଞ୍ଜିନିୟରିଂ ଡ଼ିଜାଇନ ପ୍ରସ୍ତୁତ କରିଛନ୍ତି ଏବଂ ଉପକରଣ ମନୋନୟନ ପାଇଁ କେଉଁ ପ୍ରକ୍ରିୟା ଅବଲମ୍ବନ କରାଯିବ ତାହାର ମାନଦଣ୍ଡ ପ୍ରସ୍ତୁତ କରିଛନ୍ତି |

ଯୋଜନାବଦ୍ଧ ଡିଜାଇନ, ସିଷ୍ଟମ ଲେ ଆଉଟ, ଖର୍ଚ୍ଚ ଅଟକଳ ପ୍ରସ୍ତୁତି, ଏବଂ ଭିତ୍ତିଭୂମିର ଯାନ୍ତ୍ରିକୀକରଣ ଏବଂ ନିୟନ୍ତ୍ରଣ ବ୍ୟବସ୍ଥାର ଦଲିଲକରଣ ପାଇଁ ସହାୟକ ହେବା |

ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଟିପିଡିଡିଏଲର ବ୍ୟାବସାୟିକ ଓ ଶିଳ୍ପାନୁଷ୍ଠାନର ଗ୍ରାହକମାନଙ୍କ ପାଇଁ ଅଟୋମେଟିକ ମିଟରିଂ ଇନ୍ଫ୍ରାଷ୍ଟ୍ର କଚର (ଏଏମଆଇ) ସଂଗେ ସଂଗେ ଅଟୋମେଟିକ ଡିମାଣ୍ଡ ରେସପନ୍ସ (ଏଡିଆର) ସଂକ୍ରାନ୍ତରେ କାର୍ଯ୍ୟକାରୀ କରାଯାଉଥିବା ପାଇଲଟ ପ୍ରୋଜେକଟ ରୂପାୟନ ପାଇଁ ପ୍ରୋଜେକଟ ମ୍ୟାନେଜର |

କାର୍ଯ୍ୟକ୍ଷେତ୍ରରେ କାର୍ଯ୍ୟର ସମୟ ସାରଣୀ, ଗୁରୁତ୍ୱପୂର୍ଣ ପ୍ରତିବନ୍ଧକଗୁଡିକର ଚିହ୍ନଟ ଇତ୍ୟାଦିରେ ହେଉଥିବା ଅଗ୍ରଗତିର ସମୀକ୍ଷା |

ସମ୍ପର୍କ ସୃଷ୍ଟି କରିବା ପାଇଁ ଗ୍ରାହକମାନଙ୍କ ସହ ଯୋଗାଯୋଗ ସ୍ଥାପନ ଏବଂ ଗ୍ରାହକମାନଙ୍କର ସନ୍ତୁଷ୍ଟି ବୃଦ୍ଧି |

ଶକ୍ତି କ୍ଷେତ୍ରର ଭିତ୍ତିଭୂମିଗୁଡିକରେ ବ୍ୟବହୃତ ଅପେରସନାଲ ଟେକ୍ନୋଲୋଜିଗୁଡ଼ିକର ଯାଞ୍ଚ ପାଇଁ ଆଧାରର ପରିକଳ୍ପନା ଓ ସେଗୁଡିକର କାର୍ଯ୍ୟାନ୍ୱୟନ |

କେଉଁ ପ୍ରକାରର ଅପେରସନାଲ ଟେକ୍ନୋଲୋଜି ବ୍ୟବହାର କରାଯିବ ଏବଂ ଇଂଜିନିୟରମାନଙ୍କର କିପରି ସଂରଚନା ବ୍ୟବହାର କରାଯିବ ସେ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ ଏବଂ ପ୍ରାଥମିକ ଯୋଜନା ପ୍ରସ୍ତୁତି |

ଭିତ୍ତିଭୂମି ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତି ଏବଂ ବିନିଯୋଗ ବନାମ ଲାଭର ତର୍ଜମା |

ବ୍ୟବସାୟର ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପର ନିରନ୍ତରତା ଓ ସମ୍ଭାଵ୍ୟତାର ପ୍ରମାଣୀକରଣ |

ଆହ୍ୱାନ କରାଯାଇଥିବା ଟେଂଡର ଅନୁଯାୟୀ ପ୍ରକଳ୍ପ ପାଇଁ ଆବେଦନର ପ୍ରସ୍ତୁତି |

ସ୍ମାର୍ଟ ଗ୍ରୀଡ଼ ରୋଡ ମ୍ୟାପର ସମ୍ଭାଵ୍ୟତା ଅଧ୍ୟୟନ ଏବଂ ରୂପାୟନ ଯୋଜନା ପ୍ରସ୍ତୁତି ପାଇଁ ଆଗଧାଡିର ଆନ୍ତର୍ଜାତିକ ପରାମର୍ଶଦାତାମାନଙ୍କ ସହ କାର୍ଯ୍ୟ କରିଛନ୍ତି |

ଅଗ୍ରଣୀ ବିତରଣ ପରିଚାଳନା ବ୍ୟବସ୍ଥା ସକାଶେ ସମ୍ଭାଵ୍ୟତା ରିପୋର୍ଟ ପ୍ରସ୍ତୁତି |

ଗ୍ୟାସ ଭିତ୍ତିକ କମ୍ବାଇନ ସାଇକଲ ପାୱାର ପ୍ଲାଣ୍ଟର ପ୍ରକଳ୍ପ ପରିଚାଳନା | ଏଥିରେ ଆଇନଗତ ଅନୁମତି ହାସଲ କରିବାର ପ୍ରକ୍ରିୟା, ପ୍ରକଳ୍ପ ପ୍ରସ୍ତାବ ଦାଖଲ, ସଂଯୋଜନା, ଯୋଜନା ପ୍ରସ୍ତୁତି, ସାମଗ୍ରୀ ଆହରଣ, କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଯାଞ୍ଚ ଇତ୍ୟାଦି ଅନ୍ତର୍ଭୁକ୍ତ |

ଶକ୍ତି ବିତରଣ ବ୍ୟବସ୍ଥା ସମ୍ପର୍କରେ ଗଭୀର ଜ୍ଞାନ |

ଗ୍ରାହକମାନଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ଅଗ୍ରଣୀ ବିତରଣ ପରିଚାଳନା ବ୍ୟବସ୍ଥାର ବିଭିନ୍ନ ମାନକ, ଏବଂ ବ୍ୟବସ୍ଥାମାନ ଡିଜାଇନ କରିବା ଓ କାର୍ଯ୍ୟକାରୀ କରିବା |

ଏସପିଏମ (ସ୍ବିଚିଂ ପ୍ରୋସିଜର ମ୍ୟାନେଜମେଣ୍ଟ), ଏଫଏଲଓସି (ଫଲଟ ଲୋକେସନ) ଏଫଆଇଏସଆର (ଫଲଟ ଲୋକେସନ ଆଣ୍ଡ ସର୍ଭିସ ରେସ୍ତୋରେସନ), ଡିପିଏଫ ((ଡିଷ୍ଟ୍ରିବ୍ୟୁସନ ପାୱାର ଫ୍ଲୋ) ନେଟୱର୍କ ଟ୍ରେସ, ଜେଜିସି (ଜମ୍ପର, ଗ୍ରାଉଣ୍ଡ ଆଣ୍ଡ କଟ), ପୁର୍ବାନୁମାନର ପରିଚାଳନା, କାର୍ଯ୍ୟଦେଶର ପରିଚାଳନା, ସ୍ୱୟଂକ୍ରିୟ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତି ପରି ଏ.ଡି.ଏମ.ଏସ. ଆପ୍ଲିକେସନଗୁଡିକର ବ୍ୟାପକ ପରୀକ୍ଷଣ |

11 କିଲୋ ୱାଟ ବିତରଣ ନେଟୱର୍କକୁ ଏସସିଏଡିଏ./ଏଡିଏମଏସ ଅନୁକୂଳ କରିବା, ଯାଞ୍ଚ ସୂଚନା ପ୍ରଦାନ ଏବଂ ପ୍ରକ୍ରିୟାଗୁଡିକର ରୂପରେଖ ଡିଜାଇନ କରିବା |

କଣ୍ଟ୍ରୋଲ ସେଣ୍ଟର ମାଧ୍ୟମରେ ଏଡିଏମଏସ ଚଳାଇବା, ଏଥିପାଇଁ ମାନବ ସମ୍ବଳର ଆବଶ୍ୟକତା ଆକଳନ କରିବା ଏବଂ ବିଭିନ୍ନ ପ୍ରକ୍ରିୟାଗୁଡିକର ରୂପରେଖ ପ୍ରସ୍ତୁତ କରିବା |

ପରବିନ କୁମାର ବର୍ମା ମୁଖ୍ୟ ବାଣିଜ୍ୟ ଅଧିକାରୀ

ଶ୍ରୀ ପରବିନ କୁମାର ବର୍ମା ଟିପି ସେଣ୍ଟ୍ରାଲ ଓଡିଶା ଡିସଟ୍ରିବୁସନ ଲିମିଟେଡ଼ର ବାଣିଜ୍ୟ ସେବାର ମୁଖ୍ୟ | ମୂଳତଃ ସେ ଜଣେ ଇଂଜିନିୟର | ବିତରଣ କ୍ଷେତ୍ରରେ ତାଙ୍କର ପ୍ରାୟ 25 ବର୍ଷର ଅଭିଜ୍ଞତା ସହିତ ଅପରେସନ୍ସ, ପ୍ରଯୁକ୍ତିବିଦ୍ୟା ଏବଂ ବ୍ୟବସାୟରେ ବିଶେଷ ପାରଙ୍ଗମତା ରହିଛି | ପ୍ରାକ୍ତନ ଦିଲ୍ଲୀ ବିଦ୍ୟୁତ ବୋର୍ଡ଼ରେ ବିଦ୍ୟୁତ ବିତରଣର ଦାୟିତ୍ବ ବହନ କରିବା ପୂର୍ବରୁ ସେ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡସରେ ଶକ୍ତି କେବୁଲ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ |

ଟିପିସିଓଡିଏଲରେ ସେ ଅପରେସନ ସର୍ଭିସେସର ମୁଖ୍ୟ ରୂପେ ଦାୟିତ୍ୱ ଗ୍ରହଣ କରିବା ଏବଂ ତା'ପରେ ବାଣିଜ୍ୟ ସେବାର ମୁଖ୍ୟ ହେବା ପୂର୍ବରୁ ସେ ଟାଟା ପାୱାର ଦିଲ୍ଲୀ ଡିସଟ୍ରିବୁସନ ଲିମିଟେଡ଼ (ଟିପିଡିଡିଏଲ)ରେ ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଇଥିଲେ | ପ୍ରାୟତଃ ଶୂନ୍ୟରୁ ଆରମ୍ଭ କରି ସେ ସମଗ୍ର ଟିପିଡିଡିଏଲରେ ଓଏମଏସ ଏବଂ ଜିଆଇଏସର ପ୍ରଚଳନ କରିଥିଲେ | ତାଙ୍କର ଫଳାଫଳ ଭିତ୍ତିକ ଆଭିମୁଖ୍ୟ ଯୋଗୁଁ ସେ ଫିଲଡ ଅପେରସନ୍ସ ଦାୟିତ୍ୱରେ ଥିବା ବେଳେ ଏଟି ଆଣ୍ଡ ସି ଜନିତ କ୍ଷତି ହ୍ରାସ କରିବା କ୍ଷେତ୍ରରେ ବ୍ୟାପକ ସଫଳତା ହାସଲ କରିଥିଲେ | ଏହାପରେ ସେ ନେଟୱର୍କ ପ୍ଲାନିଂ, ଇଞ୍ଜିନିୟରିଂ ଏବଂ କ୍ୱାଲିଟି ବିଭାଗର ବିଭାଗୀୟ ମୁଖ୍ୟ ରୂପେ କାର୍ଯ୍ୟ କରିଥିଲେ |

ଶ୍ରୀ ବର୍ମା ବିଭିନ୍ନ କ୍ଷେତ୍ରରେ ଜଣେ ଅଭିଜ୍ଞ ବ୍ୟକ୍ତି l ସେ ଉଚ୍ଚମାନର ଏବଂ ଭରସାଯୋଗ୍ୟ ଶକ୍ତି ବିତରଣ ନେଟୱର୍କର ଡିଜାଇନ ପ୍ରସ୍ତୁତି ଓ ବିକାଶ, ଏଟି ଆଣ୍ଡ ସି ଜନିତ କ୍ଷତିକୁ କମାଇବା, ଆଇଟି ଓ ଓଟିର ପ୍ରଚଳନ ଏବଂ ପ୍ରଚଳିତ ବ୍ୟବସ୍ଥା ସହ ତାହାର ସମନ୍ୱୟ ଇତ୍ୟାଦିରେ ନିପୁଣତା ହାସଲ କରିଛନ୍ତି | ତାଙ୍କର ମୌଳିକ ପାରଦର୍ଶିତା ହେଲା ବଳିଷ୍ଠ ଜନ ସମ୍ପର୍କ ଏବଂ ବ୍ୟବହାରକାରୀଙ୍କର ଆବଶ୍ୟକତା ଅନୁଯାୟୀ ସାବଲୀଳ ଭାବେ ଗୁରୁତ୍ୱପୂର୍ଣ୍ଣ ସମ୍ବଳର ବିନିଯୋଗ କରି ଅପେରସନାଲ ଓ ବ୍ୟାବସାୟିକ କାରବାର କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା |

2021 ମସିହା ଜୁନ ମାସରୁ ଶ୍ରୀ ବର୍ମା ଟିପିସିଓଡିଏଲର ବାଣିଜ୍ୟ ବିଭାଗର ମୁଖ୍ୟ ରୂପେ ଦାୟିତ୍ୱ ଗ୍ରହଣ କଲେ | ବ୍ୟାପକ ବିଶ୍ଳେଷଣ ଏବଂ ଗୁରୁତ୍ୱପୂର୍ଣ୍ଣ ସମ୍ବଳର ବିନିଯୋଗ କରି ଏଟି ଆଣ୍ଡ ସି ଜନିତ କ୍ଷତିକୁ କମାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି |

ଶ୍ରୀ ବର୍ମା ଦିଲ୍ଲୀସ୍ଥିତ ଫେକଲଟି ଅଫ ମ୍ୟାନେଜମେଣ୍ଟ ଷ୍ଟଡ଼ିଜର ପ୍ରାକ୍ତନ ଛାତ୍ର ଯିଏକି ରଣକୌଶଳ ଓ ନେତୃତ୍ୱକୁ ମୁଖ୍ୟ ବିଷୟ ରୂପେ ପଢିଥିଲେ | ସେ ଇନଷ୍ଟିଚ୍ୟୁସନ ଅଫ ଇଞ୍ଜିନିୟର୍ସ, ଇଣ୍ଡିଆର ଜଣେ ଫେଲୋ |

ପୁନିତ ମୁଞ୍ଜାଲ ମୁଖ୍ୟ (ନିୟାମକ ବ୍ୟବସ୍ଥା ଏବଂ ସରକାରୀ ବ୍ୟାପାର)

ଶକ୍ତି କ୍ଷେତ୍ରରେ 33 ବର୍ଷରୁ ଉର୍ଦ୍ଧର କ୍ୟାରିଅର ଗଢ଼ିଥିବା ଶ୍ରୀ ପୁନିତ ମୁଞ୍ଜାଲଙ୍କର ନିୟାମକ ବ୍ୟାପାର, ବ୍ୟବସାୟର ପ୍ରସାର, ଆର୍ଥିକ ପରିଚାଳନା, ଏବଂ କର୍ପୋରେଟେ ରଣକୌଶଳ ପରି ବିଭିନ୍ନ କ୍ଷେତ୍ରରେ ଯଥେଷ୍ଟ ଅଭିଜ୍ଞତା ରହିଛି |

ଶ୍ରୀ ମୁଞ୍ଜାଲ ତାଙ୍କର ବର୍ତ୍ତମାନର ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ଟିପି ସେଣ୍ଟ୍ରାଲ ଓଡିଶା ଡିସଟ୍ରିବ୍ୟୁସନ କମ୍ପାନୀର ପ୍ରଥମ ମୁଖ୍ୟ ଆର୍ଥିକ ଅଧିକାରୀ ଏବଂ ମୁଖ୍ୟ (ନିୟାମକ ବ୍ୟବସ୍ଥା ଏବଂ ସରକାରୀ ବ୍ୟାପାର) ଦାୟିତ୍ୱରେ ଥିଲେ l ଜୁନ 1, 2020ରେ ଟିପି ସେଣ୍ଟ୍ରାଲ ଓଡିଶା ଡିସଟ୍ରିବ୍ୟୁସନ କମ୍ପାନୀରେ ଯୋଗଦେବା ପୂର୍ବରୁ ସେ ଟାଟା ପାୱାରର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ର ବ୍ୟବସାୟ ବିକାଶ, ଆନୁବଂଧକାରୀ ଏବଂ ଶକ୍ତି ପରିଚାଳନା ବିଭାଗର ମୁଖ୍ୟ ଥିଲେ |

ଭାରତର ଅଗ୍ରଣୀ ସରକାରୀ ବିଦ୍ୟୁତ ଉତ୍ପାଦନ କମ୍ପାନୀ ଏନଟିପିସିରୁ ନିଜର ପେଷାଦାର ଜୀବନ ଆରମ୍ଭ କରି ସେ 1997 ମସିହାରେ ଘରୋଇ କ୍ଷେତ୍ରରେ ଯୋଗ ଦେଇଥିଲେ | ସେ ଯୁକ୍ତରାଷ୍ଟ୍ର ଆମେରିକାର ବିନିଯୋଗକାରୀମାନଙ୍କର ସର୍ବାଧିକ ଅଂଶଧନ ଥିବା ଏକ ସ୍ୱାଧୀନ ଶକ୍ତି ଉତ୍ପାଦନକାରୀ କମ୍ପାନୀରେ ଯୋଗ ଦେଇଥିଲେ | 2001 ମସିହାରେ ଶ୍ରୀ ମୁଞ୍ଜାଲ, ବି.ଏସ.ଇ.ଏସ.ର ବ୍ୟବସାୟ ବିକାଶ ବିଭାଗରେ ଯୋଗଦେଲେ ଏବଂ ସେଠାରେ ସେ ବିଭିନ୍ନ ସୁଯୋଗର (ଏଥିରେ ଦିଲ୍ଲୀ ବିତରଣର ଘରୋଇକରଣ ମଧ୍ୟ ଅନ୍ତର୍ଭୁକ୍ତ) ଅନୁପାଳନର ଦାୟିତ୍ୱରେ ଥିଲେ | 2003ରୁ 2013 ମଧ୍ୟରେ ଶ୍ରୀ ମୁଞ୍ଜାଲ ଟାଟା ପାୱାର ଡିଡିଏଲରେ ବିଭିନ୍ନ ପ୍ରକାରର ଦାୟିତ୍ୱ ଯେପରିକି ଆର୍ଥିକ ପରିଚାଳନା, ନିୟାମକ ସମ୍ପର୍କିତ କାର୍ଯ୍ୟ, ଶକ୍ତି ପରିଚାଳନା, କମ୍ପାନୀର ରଣ କୌଶଳ ନିର୍ଧାରଣ ଇତ୍ୟାଦି ଦାୟିତ୍ଵମାନ ତୁଲାଇ ଥିଲେ | ଏହି ଅବଧିରେ ସେ ବିଭିନ୍ନ ସରକାରୀ କମ୍ପାନୀ ଓ ସ୍ୱାଧୀନ ଶକ୍ତି ଉତ୍ପାଦାନକାରୀମାନଙ୍କ ସହିତ ପ୍ରାୟ 1500 ମେଗାୱାଟର ଶକ୍ତି କ୍ରୟ ରାଜିନାମା କରାଇ ପାରିଥିଲେ | ଏହି ଦାୟିତ୍ୱ ସଂଗେ ସଂଗେ ସେ କମ୍ପାନୀର ଆର୍ଥିକ ବ୍ୟାପାର ଓ ନିୟାମକ ସମ୍ପର୍କିତ ବ୍ୟାପାର ସମ୍ପର୍କରେ ବୁଝୁଥିଲେ ଏବଂ କମ୍ପାନୀର ଅପରେସନ ସମ୍ପର୍କିତ ଯୋଜନାମାନ ପ୍ରସ୍ତୁତ କରିବା ସଂଗେ ସଂଗେ ନିୟାମକ କର୍ତ୍ତୃପକ୍ଷମାନଙ୍କ ନିକଟରେ ଦାଖଲ କରିବା ସକାଶେ ବିଦ୍ୟୁତ ମୂଲ୍ୟ ସଂକ୍ରାନ୍ତୀୟ ପିଟିସନମାନ ପ୍ରସ୍ତୁତ କରିବା, ଦାଖଲ କରିବା ଏବଂ ତାହାର ପାଇଲଟିଙ୍ଗ କରିବା କାର୍ଯ୍ୟ ମଧ୍ୟ କରୁଥିଲେ| | ଶ୍ରୀ ମୁଞ୍ଜାଲ ବ୍ୟବସାୟର ବିକାଶ କ୍ଷେତ୍ରରେ ଅନେକ କାର୍ଯ୍ୟ କରିଛନ୍ତି ଯେଉଁଥିରେ ପ୍ରକଳ୍ପ ପାଇଁ ଅର୍ଥ ଜୁଟାଇବା, କମ୍ପାନୀ ଅଧିଗ୍ରହଣ କରିବା ସମେତ ଆର୍ଥିକ ମଡେଲ ତିଆରି, ବିପଦର ବିଶ୍ଳେଷଣ, ଏବଂ ପ୍ରକଳ୍ପର ଦଲିଲକରଣ ଇତ୍ୟାଦି ଅନ୍ତର୍ଭୁକ୍ତ |

2013 ମସିହା ଅକ୍ଟୋବର ମାସରେ ଶ୍ରୀ ମୁଞ୍ଜାଲ ଟାଟା ପାୱାର -ଡିଡିଏଲର ମୂଳ କମ୍ପାନୀ ଟାଟା ପାୱାର କମ୍ପାନୀ ଲିମିଟେଡ଼ରେ ଯୋଗ ଦେଇ ବିଭିନ୍ନ ଦାୟିତ୍ୱ ତୁଲାଇ ଥିଲେ | ପ୍ରଥମେ ସେ କମରସିଆଲ ବିଭାଗର ମୁଖ୍ୟ ହୋଇଥିଲେ | ଅନ୍ୟାନ୍ୟ ଦାୟିତ୍ୱ ସଂଗେ ସଂଗେ ଟାଟା ପାୱାର, ଏହାର ସହଯୋଗୀ କମ୍ପାନୀ, ମିଳିତ ଉଦ୍ୟୋଗ ଇତ୍ୟାଦି ସକାଶେ ଶକ୍ତି କ୍ରୟ ରାଜିନାମାମାନ ପ୍ରସ୍ତୁତ କରିବା, ମୂଲଚାଲ କରିବା, କାର୍ଯ୍ୟକାରୀ କରିବା ଏବଂ ଏହି ରାଜିନାମାଗୁଡିକର ଅନୁପାଳନକୁ ସୁନିଶ୍ଚିତ କରିବା ଇତ୍ୟାଦି ତାଙ୍କର ଦାୟିତ୍ୱ ଥିଲା | ସେ ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ନିଲାମ ମାର୍ଗଦର୍ଶିକା ଅଧୀନରେ ଶକ୍ତି କ୍ରୟ ରାଜିନାମାମାନ କରାଯାଉ ବୋଲି ଦୃଢଭାବେ ପକ୍ଷ ସମର୍ଥନ କରୁଥିଲେ |

ଶ୍ରୀ ମୁଞ୍ଜାଲ ଶକ୍ତି କ୍ଷେତ୍ରରେ ପକ୍ଷ ସମର୍ଥନ ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସକ୍ରିୟଭାବରେ ଅଂଶଗ୍ରହଣ କରିଛନ୍ତି ଏବଂ ସିଆଇଆଇ, ଏଫ.ଆଇ.ସି.ସି.ଆଇ., ଆସୋଚାମ ପରି ସଙ୍ଗଠନଗୁଡିକ ଦ୍ୱାରା ଗଠିତ କମିଟୀ ଓ ଟାସ୍କ ଫୋର୍ସର ସଦସ୍ୟ ରହିସାରିଛନ୍ତି |

ଶ୍ରୀ ମୁଞ୍ଜାଲ ଦିଲ୍ଲୀ ସ୍ଥିତ ଫେକଲ୍ଟି ଅଫ ମ୍ୟାନେଜମେଣ୍ଟ ଷ୍ଟଡ଼ିଜର ପ୍ରାକ୍ତନ ଛାତ୍ର ଏବଂ ଆର୍ଥିକ ବ୍ୟବସ୍ଥା ତାଙ୍କର ପ୍ରମୁଖ ବିଷୟ ଥିଲା |

Mr Biman Ghosh Chief Projects

Mr. Biman Ghosh is the Chief Projects of TP Central Odisha Distribution Limited (TPCODL). He is hard-core Power Sector professional having more than 25 Years of experience in the Power Sectors. He had earlier served at various senior level positions in Tata Power Delhi Distribution Limited (TPDDL). His expertise lies in Power Sector Restructuring Consultancy, Privatisation Change Management, Business Process Re-Engineering, Revenue Protection Re-engineering, Project and Contract Management, Operational Excellence, Quality Re-engineering, and Engineering, Construction and Safety Guide Line - CEA 2010.

Mr. Biman is an alumnus of National Institute of Technology Durgapur, Post Graduate Diploma in Energy Management - MDI Gurgaon, Chartered Engineer and Fellow Member of The Intuition of Engineers (India).

Mr. Biman has honed his management and leadership skills at IIM Lucknow, MDI Gurgaon, National Institute of Construction Management and Research (NICMAR ), Tata Management Training Centre (TMTC), Centre for Power Efficiency in Distribution (Cenpeid – TPDDL), and PwC.

ପ୍ରବୀଣ ଜୈନ ମୁଖ୍ୟ ପ୍ରୋକ୍ୟୁରମେଣ୍ଟ

ସେ ୧୯୮୮ ମସିହାରୁ ଟାଟା ପାୱାର ଗୃପ ସହିତ ଜଡିତ ଅଛନ୍ତି ଏବଂ ଶକ୍ତି ମୂଲ୍ୟ ଶୃଙ୍ଖଳ - ଉତ୍ପାଦନ, ପ୍ରସାରଣ ଏବଂ ବଣ୍ଟନ - କ୍ଷେତ୍ରରେ ତିନି ଦଶନ୍ଧିରୁ ଅଧିକର ଅଭିଜ୍ଞତା ରଖନ୍ତି | ସେ ପାୱାର ସିଷ୍ଟମ ପ୍ରୋଟେକସନ ଭଳି ଅନେକ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି ଯଥା ପରୀକ୍ଷା ଏବଂ କମିଶନିଂ, ଗୁଣବତ୍ତା ନିଶ୍ଚିତତା, ଇଞ୍ଜିନିୟରିଂ, ପ୍ରୋଜେକ୍ଟ ଇଞ୍ଜିନିୟରିଂ ପରିଚାଳନା, ବ୍ୟବସାୟ ବିକାଶ ଏବଂ ଚୁକ୍ତିନାମା ଇତ୍ୟାଦି l ପ୍ରବୀଣ, ବିଭିନ୍ନ ଇଲେକ୍ଟ୍ରିକାଲ୍ ଏବଂ ପାୱାର୍ ସିଷ୍ଟମ୍ ପ୍ରଫେସନାଲ୍ କମିଟି ଏବଂ ଆସୋସିଏସନ୍ ଯଥା ସିବିଆଇପି, ସିଆଇଜିଆରଇ, ବିଆଇଏସ, ଡବ୍ଲୁଆରପିସି, ଡୋବ୍ଳ ଇତ୍ୟାଦି ସହିତ ମଧ୍ୟ ଜଡିତ ଅଛନ୍ତି ଏବଂ ଜାତୀୟ ଏବଂ ଆନ୍ତର୍ଜାତୀୟ ସମ୍ମିଳନୀରେ ଅନେକ ସନ୍ଦର୍ଭ ମଧ୍ୟ ଉପସ୍ଥାପନ କରିଛନ୍ତି |

ପୁନେ କଲେଜ ଅଫ୍ ଇଞ୍ଜିନିୟରିଂରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହିତ ସେ ଏସ ପି ଜୈନ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଏବଂ ରିସର୍ଚ୍ଚ, ମୁମ୍ବାଇରୁ ଏକ୍ଜିକ୍ୟୁଟିଭ୍ ଏମବିଏ ମଧ୍ୟ କରିଛନ୍ତି |

ଅରବିନ୍ଦ ସିଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ

ଶ୍ରୀ ଅରବିନ୍ଦ ସିଂ ହେଉଛନ୍ତି ଶକ୍ଚି କ୍ଷେତ୍ରରେ ଜଣେ ବିଶିଷ୍ଟ ଓ ଆଦର୍ଶ ବ୍ଯକ୍ତିତ୍ଵ। ସେ ଏହି କ୍ଷେତ୍ରରେ ଗତ ୩୯ ବର୍ଷ ହେଲା କାର୍ଯ୍ୟରତ ଓ ବହୁ ସମ୍ମାନର ଅଧିକାରୀ। ଟାଟା ପାୱ୍ଵାରରେ ତାଙ୍କ କ୍ୟାରିୟର ଜଣେ ଗ୍ରାଜୁଏଟ୍‌ ଇଞ୍ଜନିୟରିଂ ଟ୍ରେନିଂ (ଜିଇଟି) ଭାବେ ଆରମ୍ଭ ହୋଇଥିଲା। ଶକ୍ତି ଉତ୍ପାଦନ, ଟ୍ରାନ୍ସମିଶନ ଓ ବିତରଣ କ୍ଷେତ୍ରରେ ସେ ଉତ୍କର୍ଷ ପ୍ରତିପାଦନ କରି ନିଜ ଦକ୍ଷତା ପ୍ରମାଣିତ କରିପାରିଛନ୍ତି ।

ଶ୍ରୀ ସିଂ ମାଡ୍ରାସର ସମ୍ମାନଜନକ ଲୟୋଲା କଲେଜ୍‌ ଓ ଜାମସେଦପୁରର ଲୟୋଲା ସ୍କୁଲ୍‌ର ପୁରାତନ ଛାତ୍ର ଅଟନ୍ତି। ସେ ଆଇଆଇଟି ମାଡ୍ରାସରୁ ବିଚଟେକ୍‌ ଡିଗ୍ରୀ ହାସଲ କରିଛନ୍ତି। ବର୍ତମାନର ପଦବିରେ କାର୍ଯ୍ୟ କରିବା ପୂର୍ବରୁ ଶ୍ରୀ ସିଂ ଟାଟା ପାୱ୍ବାର ସଦର୍ଣ୍ତ ଓଡ଼ିଶା ଡିଷ୍ଟିବ୍ଯୁସନ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) ର ମୁଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ, ପାୱ୍ଵାରଲିଙ୍କସ ଟ୍ରାନ୍ସମିଶନ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଟାଟା ପାଞ୍ଵାର କମ୍ପାନୀ ଲିମିଟେଡ୍‌ର ମୁଖ୍ୟ (ଟ୍ରାନ୍ସମିଶନ) ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ଶକ୍ତି କ୍ଷେତ୍ରରେ ତାଙ୍କର ବିପୁଳ ଅଭିଜ୍ଞତା ଓ ପାରଦର୍ଶିତା ଆମ କମ୍ପାନୀ ପାଇଁ ମୂଲ୍ୟବାନ ସାବ୍ୟସ୍ତ ହୋଇଛି ।

ଟାଟା ପାଥ୍ଵାରରେ ଶ୍ରୀ ସିଂଙ୍କ ଅବଦାନ ଉଲ୍ଲେଖନୀୟ । ସେ ଭୀରା ଜେନେରେଟିଂ ଷ୍ଟେସନରେ ୬ ବର୍ଷ ସଫଳତାର ସହ କାର୍ଯ୍ୟ କରିଥିଲେ। ସେହିପରି ପାରେଲ୍‌ର କଲ୍ୟାଣ ରିସିଭିଂ ଷ୍ଟେସନ ଏବଂ ମହାଲକ୍ଷ୍ମୀର ଏକ ବିତରଣ ବିଭାଗରେ ତାଙ୍କର ୧୩ ବର୍ଷ କାର୍ଯ୍ୟକାଳ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଜ ଓ ବେଶ୍‌ ପ୍ରଭାବଶାଳୀ ଥିଲା। ଶ୍ରୀ ସିଂ ୨୦୦୫ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଟାଟା ପାୱ୍ଵାର ଦିଲ୍ଲୀ ଡିଷ୍କ୍ରିବ୍ୟୁସନ ଲିମିଟେଡ୍‌ରେ ଏରିଆ ପାଓ୍ଵାର ସିଷ୍ଟମ୍‌ ମ୍ୟାନେଜର ଭାବେ ଦାୟିତ୍ଵ ତୁଲାଇଥିଲେ। ଏହି ସମୟରେ ସେ ବହୁମୁଖୀ ଦକ୍ଷତା ଓ ନିଷ୍ଠାପର ଦାୟିତ୍ଵ ପ୍ରଦର୍ଶନ କରିଥିଲେ।

ପରବର୍ତୀ ସମୟରେ ୨୦୧୦ରୁ ୨୦୧୫ ପର୍ଯ୍ୟନ୍ତ ସେ ଟାଟା ପାଥ୍ଵାର ଓ ପାୱ୍ଵାରଗ୍ରୀଡ୍‌ର ଯୌଥ ଉଦ୍ୟୋଗ ପାଥ୍ଵାରଲିଙ୍କସ ଟ୍ରାନ୍ସମିଶନ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ସେ ମଧ୍ଯ ଟାଟା ପାୱଵାର ମୁମ୍ବାଇର ଟ୍ରାନ୍ସମିଶନ ବ୍ୟବସାୟର ନେତୃତ୍ବ ନେଇଥିଲେ। ଏହାପରେ ସେ ନବଗଠିତ ବିତରଣ କମ୍ପାନୀ ଟାଟା ପା୍ଵାର ସଦର୍ଣ୍ର ଓଡ଼ିଶା ଡିଷ୍ଟିବ୍ୟୁସନ କମ୍ପାନୀ ଲିମିଟେଡ୍‌ (ଟିପିଏସ୍‌ଓଡିଏଲ୍‌) ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ଵରେ ଟିପିଏସ୍‌ଓଡିଏଲ୍‌ ଏକ ଗ୍ରାହକକୈନ୍ଦ୍ରିକ କମ୍ବଚାନୀରେ ପରିଣତ ହେବା ସହ ଏଟି ଓ ସି କ୍ଷତି ପରିମାଣ ଯଥେଷ୍ଟ ହ୍ରାସ ପାଇଥିଲା ।

ଶ୍ରୀ ସିଂଙ୍କ ଗଭୀର ନିଷ୍ଠା, ପାରଦର୍ଶିତା ସହ ପ୍ରଶଂସନୀୟ କାର୍ଯ୍ୟଦକ୍ଷତା ଓ ଶକ୍ତିକ୍ଷେତ୍ରରେ ବ୍ୟାପକ ଅଭିଜ୍ଞତା ତାଙ୍କୁ ବାସ୍ତବରେ ଜଣେ ପ୍ରେରଣାଦାୟୀ ବ୍ଯକ୍ତିତ୍ଵର ପରିଚୟ ଦେଇଛି। ତାଙ୍କର ଅତ୍ଯଧିକ ବିଶ୍ଳେଷଣାତ୍ପକ କୌଶଳ ଓ ପ୍ରଭାବଶାଳୀ ଅପରେସନ ମ୍ୟାନେଜମେଣ୍ଟ ତାଙ୍କୁ ପ୍ରକଳ୍ପ ଯୋଜନା ଏବଂ କାର୍ଯ୍ୟକାରିତାରେ ମହତ୍ତର ବ୍ୟକ୍ତିତ୍ଵରେ ପରିଣତ କରିଥାଏ ।