କର୍ପୋରେଟ

ଅବଲୋକନ

ଟିପି ସେଣ୍ଟ୍ରାଲ୍ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍)

ଟାଟା ପାୱାର ଏବଂ ଓଡିଶା ସରକାରଙ୍କ ଏକ ମିଳିତ ଉଦ୍ୟୋଗ ଯାହାର ମୁଖ୍ୟ ଭାଗ (୫୧%) ଟାଟା ପାୱାର ହାତରେ ନ୍ୟସ୍ତ। ଟିପିସିଓଡିଏଲ୍ ୧.୩୬ କୋଟି ଜନତା ରହୁଥିବା ୨୯,୩୫୪ ବର୍ଗ କିଲୋମିଟର ଅଂଚଳରେ ୨୭.୫ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି l

ଦୀର୍ଘ ଅନୁଭୂତିସଂପର୍ଣ୍ଣ ଟାଟା ପାୱାର, ମୁମ୍ବାଇ,ଦିଲ୍ଲୀ ଏବଂ ଆଜମେର ଗ୍ରାହକଙ୍କୁ ସେବା ପ୍ରଦାନ କରୁଛି l ବିଗତ ୧୭ ବର୍ଷ ମଧ୍ୟରେ ଦିଲ୍ଲୀରେ କ୍ଷତିର ପରିସଂଖ୍ୟାନ ୨୦୦୨ ରେ ଥିବା ୫୩ ପ୍ରତିଶତରୁ ହ୍ରାସ କରି ୨୦୧୯ ମାର୍ଚ୍ଚ ସୁଦ୍ଧା ୭.୯ ପ୍ରତିଶତରେ ପହଞ୍ଚିାଇ କୀର୍ତ୍ତିମାନ ସ୍ଥାପନ କରିଛି । କ୍ଷତିର ପରିମାଣ କମ୍ କରିବା ସହିତ ଗ୍ରାହକ ଅନୁଭୂତିକୁ ବୃଦ୍ଧି କରିବା ନିମନ୍ତେ ବିଭିନ୍ନ ୱାନ୍ ଷ୍ଟପ୍ ସଲ୍ୟୁସନ୍, ଯେପରିକି ଉଚ୍ଚକୋଟୀର କଲ୍ ସେଣ୍ଟର, ଗ୍ରାହକ ସେବା କେନ୍ଦ୍ର, ଉଚିତ ସଂଚାର ଏବଂ ବିଭିନ୍ନ ଗ୍ରାହକକୈନ୍ଦ୍ରିକ ଯୋଜନା ସାହାଯ୍ୟରେ ଗ୍ରାହକ ସନ୍ତୁଷ୍ଟି ସୃଷ୍ଟି କରିପାରିଛି ।

ବିଶ୍ୱସନୀୟ ବିଦ୍ୟୁତ ସେବା ଯୋଗାଣ, ଗ୍ରାହକସେବାର ଅଭିବୃଦ୍ଧି ଏବଂ ଏଟି&ସି କ୍ଷତି ଯାହାକି ବର୍ତ୍ତମାନ ୩୦.୪୯ ପ୍ରତିଶତ ଅଛି, ତା'କୁ ଏକ ବ୍ୟବସ୍ଥିତ ଉପାୟରେ ହ୍ରାସ କରିବା ଟିପିସିଓଡିଏଲର ଲକ୍ଷ୍ୟ । ବର୍ତ୍ତମାନର ବିତରଣ ଭିତ୍ତିଭୂମିର ନବୀକରଣ, ନୂତନ ପ୍ରଯୁକ୍ତି ବିନିଯୋଗ ଏବଂ ବିଭିନ୍ନ ଡିଜିଟାଲ ସେବା ଆରମ୍ଭ କରି ଏହି ଲକ୍ଷ ହାସଲ କରିଯିବ ।

ଟାଟା ପାୱାର

ଟାଟା ପାୱାର ଭାରତର ସର୍ବବୃହତ ଇଣ୍ଟିଗ୍ରେଟେଡ ପାୱାର କଂପାନି ବିଶ୍ୱ ମାନଚିତ୍ରରେ ଯାହାର ଉପସ୍ଥିତି କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି । ନିଜର ସମସ୍ତ ସହାୟକ କମ୍ପାନୀ ଏବଂ ଯୌଥ ଉଦ୍ୟମରେ ଥିବା se କମ୍ପାନୀ ସହ ସମ୍ମିଳିତ ଭାବରେ ଏହା ୧୦,୬୧୩ ମେଗାୱାଟ ବିଦ୍ୟୁତ ଉତ୍ପାଦନ କ୍ଷମତା ସ୍ଥାପନ କରିବା ସହିତ ବିଦ୍ୟୁତ ସମ୍ବନ୍ଧୀୟ ପ୍ରାୟ ସମସ୍ତ କ୍ଷେତ୍ର ଯେପରିକି ଇନ୍ଧନ ସୁରକ୍ଷା ଏବଂ ପରିବହନ, ଉତ୍ପାଦନ (ତାପଜ, ଜଳଜ, ସୌର, ବାୟୁ), ଟ୍ରାନ୍ସମିଶନ, ବିତରଣ ଏବଂ ବ୍ୟବସାୟକରଣ ଇତ୍ୟାଦିରେ ଅଗ୍ରଣୀ l

ଉତ୍ପାଦନ, ଟ୍ରାନ୍ସମିଶନ ତଥା ବିତରଣ କ୍ଷେତ୍ରରେ ଏହା ଅନେକ ସଫଳ ପବ୍ଲିକ-ପ୍ରାଇଭେଟ୍ ପାର୍ଟନରସିପ ସୃଷ୍ଟି କରିଛି ଯେପରିକି ଉତ୍ତର ଦିଲ୍ଲୀରେ ବିଦ୍ୟୁତ ବିତରଣ ପାଇଁ ଦିଲ୍ଲୀ ବିଦ୍ୟୁତ୍ ବୋର୍ଡ ସହିତ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼, ଭୂଟାନର ଟାଲା ହାଇଡ୍ରୋ ପ୍ଲାଣ୍ଟରୁ ଦିଲ୍ଲୀକୁ ବିଦ୍ୟୁତ ସଂଚାର କରିବା ପାଇଁ ପାୱାର ଗ୍ରୀଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ଼ ମିଳିତ ସହଯୋଗରେ ପାୱାର ଲିଂକ୍ ଟ୍ରାନ୍ସମିସନ ଲିମିଟେଡ଼, ଏବଂ ଝାଡଖଣ୍ଡଠାରେ ୧୦୫୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ପାଇଁ ଦାମୋଦର ଭ୍ୟାଲି କର୍ପୋରେସନ ସହିତ ମିଳିତ ରୂପେ ମିଳିତ ଭାବେ ମୈଥନ ପାୱାର ଲିମିଟେଡ଼ ସ୍ଥାପନ କରିଛନ୍ତି । ଟାଟା ପାୱାର ଦେଶର ୨୬ ଲକ୍ଷ (ଦିଲ୍ଲୀ, ମୁମ୍ବାଇ, ଆଜମେର) ଉପଭୋକ୍ତାଙ୍କୁ ସେବା ପ୍ରଦାନ କରିବା ସହିତ ସୁପର୍-କ୍ରିଟିକାଲ ଟେକ୍ନୋଲୋଜି ଜରିଆରେ ଦେଶର ସର୍ବପ୍ରଥମ ୪୦୦୦ ଅଲଟ୍ରା ମେଗା ପାୱାର ପ୍ରକଳ୍ପ ମୁନ୍ଦ୍ରା (ଗୁଜୁରାଟ) ଠାରେ କାର୍ଯଶୀଳ କରିଛି ।

ଏକ ଝଲକ ରେ

1.36 Crore Population Served 26 Lakhs Customer Base 29,354 Sq. Km Distribution Area

31.03.2019 ତାରିଖ ପର୍ଯ୍ୟନ୍ତ

Particulars Status as on 31.03.2019
Total Energy Input (In MU) 8783.92
Aggregate Technical & Commercial Loss (%) 30.49%
33KV Lines 3717 Circuit Km
11KV Lines 35719 Circuit Km
Low Tension Lines 53914 Circuit Km